ପୁଳାପୁଳା ଟଙ୍କା । ଗଣ୍ଡାଗଣ୍ଡା ଗାଡି ।

ଚାରି ଚାରିଟା ଘର ଠାବ ହେବା ପରେ ଆଜି ଗିରଫ ହୋଇଛନ୍ତି କୋଟିପତି ଅତିରିକ୍ତ ଏସପି । ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତ୍ରିନାଥଙ୍କୁ ଗିରଫ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ କରାଯାଇଛି । ତ୍ରିନାଥଙ୍କ ମୋଟ୍ ୧୧ କୋଟି ୨ ଲକ୍ଷର ସମ୍ପତ୍ତି ଠାବ କରାଯାଇଛି । ୧୧ କୋଟିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୁତ । ଆୟର ପ୍ରାୟ ୫ ଶହ ପ୍ରତିଶତ ଆୟ ବର୍ହିଭୂତ । ତ୍ରିନାଥଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀ ଭିଜିଲାନ୍ସକୁ ଚାଲେଞ୍ଜ କରିଛନ୍ତି ।

ଭିଜିଲାନ୍ସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଏଏସପିଙ୍କ ପତ୍ନୀ ଦୀପ୍ତିମୟୀ ଚୌଧୁରୀ କହିଛନ୍ତି, କୌଣସି ଗୋଟିଏ ପ୍ରମାଣ ଭିଜିଲାନ୍ସ ଦେଉ । ଭିଜିଲାନ୍ସ ବିରୋଧରେ ସେ କୋର୍ଟ ଯିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଭିଜିଲାନ୍ସ ତ୍ରିନାଥଙ୍କୁ ଗିରଫ କରିଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here