କେବେ ଖୋଲିବ ସ୍କୁଲ, ସେ ସଂପର୍କରେ ସରକାର କିଛି ନିଷ୍ପତ୍ତି ନେଇ ନାହାଁନ୍ତି । ପୂଜାଛୁଟି ପରେ ସ୍କୁଲ ଖୋଲିବା ନେଇ ଆଶା କରାଯାଉଥିଲେ ହେଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅଫିସ ଠିକଣା ସମୟରେ ସ୍କୁଲ ଖୋଲିବା ନେଇ ଜଣାଇବେ । ଆସନ୍ତା ମାସ ପାଇଁ କୋଭିଡ ନିୟମ ପ୍ରକାଶ ପାଇବା ପରେ ସ୍କୁଲ ଖୋଲିବା ସଂପର୍କରେ ସ୍ପଷ୍ଟ ହେବ । ଗତ ମାର୍ଚ୍ଚମାସରୁ କୋଭିଡ ପାଇଁ ସରକାର ସ୍କୁଲ କଲେଜ ବନ୍ଦ କରିଛନ୍ତି । ପୂଜାଛୁଟି ପରେ ସ୍କୁଲ ଖୋଲିବା ନେଇ ସ୍କୁଲ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଅଭିଭାବକ ଅପେକ୍ଷା କରି ରହିଥିଲେ ହେଁ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ସ୍ପଷ୍ଟ ଉତ୍ତର କିଛି ନାହିଁ । ଅନ୍ୟପକ୍ଷରେ କରୋନା ଭୟ ଲୋକଙ୍କ ମନରୁ ଦୂର ହୋଇଥିଲେ ହେଁ କରୋନା ସଂକ୍ରମଣ ଏବେ ବି ଲାଗିରହିଛି । ସେହିଦୃଷ୍ଟିରୁ ସରକାର ସ୍କୁଲ କଲେଜ ଏବେ ଖୋଲିବେ କି ନାହିଁ ଦ୍ବନ୍ଦ୍ବରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here