ଦୁବାଇକୁ ବିମାନ ଚଳାଚଳ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୟୁନାଇଟେଡ୍ ଆରବ୍ ଏମିରେଟସ୍ (ୟୁଏଇ)ର ବିଭିନ୍ନ ଅଂଚଳରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ଓଡିଆ ଲୋକ ବସବାସ କରୁଛନ୍ତି । ଏହି ଲୋକମାନେ ନିଜ ରାଜ୍ୟକୁ ଯାତାୟତ କରିବା ସମୟରେ ବିଭିନ୍ନ ପରୋକ୍ଷ ପଥରେ ଯିବାଆସିବା କରୁଛନ୍ତି । ତେଣୁ ସେମାନେ ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡିଶାର ଯାତ୍ରୀଙ୍କ ସୁବିଧା ତଥା ଓଡିଶାର ବିକାଶରେ ଏହି ଆକାଶପଥରେ ଯୋଗାଯୋଗର ବଡ ଭୂମିକା ରହିଛି । ଏହି ପୃଷ୍ଠଭୂମିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରି ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସଂଯୋଗ ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପତ୍ରରେ ଅନୁରୋଧ କରିଛନ୍ତି ।
ୟୁଏଇର ଓଡିଆ ସୋସାଇଟି ଏୟାର ଇଣ୍ଡିଆର ମଧ୍ୟ ପ୍ରାଚ୍ୟ ଅଧିକାରୀଙ୍କ ସହ ସାକ୍ଷାତ୍ କରି ଦୁବାଇ-ଭୁବନେଶ୍ୱର ମଧ୍ୟରେ ସିଧା ବିମାନ ଯୋଗାଯୋଗ ପାଇଁ ଥିବା ଭଲ ଯାତାୟତ ତଥ୍ୟକୁ ସୂଚିତ କରିଛନ୍ତି । ଭୁବନେଶ୍ୱର ଶିକ୍ଷା, ସ୍ୱାସ୍ଥ୍ୟସେବା, ସଂସ୍କୃତି ଓ ପର୍ଯ୍ୟଟନର କେନ୍ଦ୍ର ଭାବରେ ବିକଶିତ ହୋଇଛି ଓ ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ସାଂସ୍କୃତିକ ତଥା ଶିକ୍ଷା କ୍ଷେତ୍ରରେ ସଂଯୋଗ ସ୍ଥାପନ ପାଇଁ ଏକ ପ୍ରମୁଖ କେନ୍ଦ୍ର ହୋଇପାରିବ ।

LEAVE A REPLY

Please enter your comment!
Please enter your name here