୪ ଦଫା ଦାବି ପୁରଣ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ | ହିନ୍ଦୁ ସେନା ଓ କଟକ ସହର ସୁରକ୍ଷା କର୍ମୀଙ୍କ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା । ସଂଘର ପ୍ରମୁଖ ଦାବି ହେଲା କଟକର ଗଳି କନ୍ଦିରେ ଖାଲଖମା ରାସ୍ତାର ଶୀଘ୍ର ମରାମତି, ମୋଟର ଯାନ ଆଇନ ଲାଗୁ ପାଇଁ କାଗଜପତ୍ର ପ୍ରସ୍ତୁତି ସୀମା ୬ ମାସ ବୃଦ୍ଧି, ଉଠା ଦୋକାନୀଙ୍କୁ ତୁରନ୍ତ ଥଇଥାନ ଓ ସରକାରୀ ଅଫିସ୍ କଟକରୁ ଭୁବନେଶ୍ୱର ସ୍ଥାନାନ୍ତର କରିବାକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ସେପଟେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆନ୍ଦୋଳନକାରୀମାନଙ୍କୁ ବନ୍ଦ ପାଳନ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଉଠାଇ ନେଇଛି । ବନ୍ଦ ପ୍ରଭାବ ବିଶେଷ ରୂପେ ପଡି ନଥିବା ବେଳେ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି |

LEAVE A REPLY

Please enter your comment!
Please enter your name here