ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ । ଗୌହ୍ୱାଟୀରୁ ଚେନ୍ନାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୯୦୫ର ଜରୁରୀ ଅବତରଣ ଭୁବନେଶ୍ୱରଠାରେ ସୁରକ୍ଷିତ ଭାବେ କରାଯାଇଛି । ବିମାନରେ ଏକ ତିନିମାସ ଶିଶୁ ଗୁରୁତର ଭାବେ ଅସୁସ୍ଥ ହୋଇପଡିବାରୁ ବିମାନର ଜରୁରୀ ଅବତରଣ କରାଯାଇଛି ।

ସୂଚନାଯୋଗ୍ୟ, ଏକ ଦମ୍ପତି ନିଜର ୩ମାସର ଶିଶୁ ସହ ଯାତ୍ରା କରୁଥିଲେ । ତେବେ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ଶିଶୁଟି ଅସୁସ୍ଥ ହୋଇପଡିଥିଲା । ଏହାପରେ ତୁରନ୍ତ ବିମାନର ଜରୁରୀ ଅବତରଣ କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଶୁକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଶିଶୁକୁ ଭୁବନେଶ୍ୱର ଆପୋଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here