ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ସାମଦ୍ରିକ ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ମାଲକାନଗିରିର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କୋଲାବ ନଦୀର ଜଳଭଣ୍ଡାରର ଦୁଇଟି ଗେଟ୍ ଖୋଲାଯାଇଛି । ଜିଲ୍ଲାର ୮ଟି ନଦୀରେ ବନ୍ୟା ଆସିବା ଦ୍ୱାରା ଲୋକମାନେ ଜଳାର୍ଣ୍ଣବ ଅବସ୍ଥାରେ ରହିଛନ୍ତି । ଜିଲ୍ଲାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନିଆ ରିଲିଫ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରତିଦିନ ବୟସ୍କଙ୍କ ପାଇଁ ୬୦ ଟଙ୍କାର ଖାଦ୍ୟ ଓ ୧୨ ବର୍ଷରୁ କମ ପିଲାଙ୍କ ପାଇଁ ୪୫ ଟଙ୍କାର ଖାଦ୍ୟ ଯୋଗାଇ ଦିଆଯିବ । ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କଡା ନିର୍ଦେଶ ଦେଇଛନ୍ତି । ଏପର୍ଯ୍ୟନ୍ତ ମାଲକାନଗିରିରେ ୧୬୬.୨୫ମିଲି ଲିଟର ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here