ଭୁବନେଶ୍ୱର ସହରରେ ଆଉ ୧୦୫ କରୋନା ଆକ୍ରାନ୍ତ ଚିହ୍ନଟ । ୧୦୫ରୁ ୫୯ କ୍ୱାରେଣ୍ଟିନ୍ ଏବଂ ୪୬ ଲୋକାଲ କେସ୍ ରହିଛି । ବିଜେବି ନଗର, ଚକେଇସିଆଣି, ପୋଖରୀପୁଟ ଅନନ୍ତ ବିହାର, ସାଲିଆ ସାହି ତାରିଣୀ ନଗର, ବରମୁଣ୍ଡା ରାମମଣି ପେଟ୍ରୋଲ ପମ୍ପ ଅଞ୍ଚଳ, ଡୁମଡୁମା ରଘୁନାଥ ନଗର, ନିଳାଦ୍ରୀନଗର, ନ୍ୟୁ ଫରେଷ୍ଟ ପାର୍କ ଲେନ୍‌-୩, ଶୈଳଶ୍ରୀବିହାରରୁ ଜଣେ ଲେଖାଏଁ ଲୋକାଲ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଇଆରସି ଭିଲେଜ ଏନ-୪ରୁ ଜଣେ ପ୍ରାଇଭେଟ ହସ୍ପିଟାଲର କର୍ମଚାରୀ ଲୋକାଲ କେସ୍ ଭାବେ ଚିହ୍ନଟ ହୋଇଛନ୍ତି । ଆଳୁଗଦି, କଳ୍ପନା ପାଣିଟାଙ୍କି ବସ୍ତି, ୟୁନିଟ-୧, ୟୁନିଟ-୬ କାଳି ମନ୍ଦିର, ଚିନ୍ତାମଣିଶ୍ୱର ଲେନ୍‌-୧, ରସୁଲଗଡ, ଝାରପଡା, ପାଇକନଗର, ଗଙ୍ଗନଗର, ବମିଖାଲ, ୟୁନିଟ-୮ ପାୱାର ହାଉସ କଲୋନୀ, ବିଜେବି ନଗର, କଳିଙ୍ଗ ନଗର କେ-୬, ପାଣ୍ଡବ ନଗର ତାରିଣୀ ବସ୍ତି, ଲକ୍ଷ୍ମୀ ବିହାର ସୈନିକ ସ୍କୁଲ ନିକଟରୁ ଜଣେ ଲେଖାଏଁ ଲୋକାଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନିଳାଦ୍ରୀ ବିହାର, ୟୁନିଟ-୫ କେଶରୀ ନଗର ,ଭରତପୁର ସମ ହସ୍ପିଟାଲ ପାଖରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଓଲଡ ଟାଉନରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁଇ ଜଣ ସରକାରୀ ହସ୍ପିଟାଲର କର୍ମଚାରୀ । ରସୁଲଗଡ ଜିଜିପି କଲୋନି, ବରମୁଣ୍ଡା ଜଗନ୍ନାଥ ନଗର, ପାଣ୍ଡରା, ଜାଗମରାରୁ ୨ ଜଣ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ଓଲ୍ଡ ଏଜି କଲୋନି, ୟୁନିଟ-୧ ବସ୍ତିରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here