୪ଟି ବୁଥରେ ସାନି ନିର୍ବାଚନ ହେବ । ଭିଭିପାଟ ମେସିନରେ ତ୍ରୁଟି ଥିବା ବୁଥ ଗୁଡିକରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସୁନ୍ଦରଗଡର ୧୨୯ ନଂ ବୁଥ ଓ ୨୧୩ନଂ ବୁଥ ଏବଂ ନୟାଗଡର ୨୧୦ ନଂ ବୁଥ ଓ ୨୨୨ ନଂ ବୁଥରେ ପୁନଃ ନିର୍ବାଚନ କରାଯିବ । ଏହି ୪ଟି ବୁଥରେ ଯାନ୍ତ୍ର୍ରିକ ତ୍ରୁଟି ନୁହେଁ ମନୁଷ୍ୟକୃତ ଭୁଲ କାରଣରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଆଜି ରାଜ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯାଉଛି । ଏଭଳି ସ୍ଥିତିରେ କିଛି ସ୍ଥାନରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିଲା । ସୁନ୍ଦରଗଡର ୨ଟି ବୁଥ ଓ ନୟାଗଡରେ ୨ଟି ବୁଥରେ ପୋଲିଂ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ଭୋଟ ଦାନ ପ୍ରକ୍ରିୟା ବନ୍ଦ ରହିଥିଲା । ଲୋକସଭା ଇଭିଏମ ବଦଳରେ ବିଧାନସଭା ଓ ବିଧାନସଭା ଇଭିଏମ ମେସିନ ବଦଳରେ ଲୋକସଭା ମେସିନ ଲଗାଯାଇଥିଲା । ମେସିନ ନୁହେଁ ମନୁଷ୍ୟକୃତ ତ୍ରୁଟି ଥିଲା । ନିର୍ବାଚନ ଅଧିକାରୀ ମାନଙ୍କ ଦ୍ୱାରା ଭିଭିପାଟ ମେସିନ କ୍ରସିଂ ହୋଇଯାଇଥିଲା ବୋଲି ସିଇଓ କହିଛନ୍ତି । ଯେଉଁ ଅଧିକାରୀ ମାନେ ଏଥିରେ ଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here