ଭୁବନେଶ୍ୱରରେ ୧୬୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୧୦୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୫୯ । ପୁରୁଣା ଭୁବନେଶ୍ୱରର ବାରିକ ସାହି. ନ୍ୟୁ ଫରେଷ୍ଟ ପାର୍କରୁ ୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନହରକଣ୍ଟା, ପୁରୁଣା ଭୁବନେଶ୍ୱର ମହତାବ ରୋଡ, ମଞ୍ଚେଶ୍ୱର, ଡୁମଡୁମା, ପଟିଆରୁ ଜଣେ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ପଳାଶୁଣି ସତ୍ୟ ବିହାରରୁ ବର୍ଷକର ଝିଅ କରୋନାରେ ଆକ୍ରାନ୍ତ । ପାତ୍ରପଡା, ଭୀମଟାଙ୍ଗୀ, ପୁରୁଣା ଭୁବନେଶ୍ୱରର ପଣସତୋଟା, ଶୈଳଶ୍ରୀବିହାର, ଆଇଗିଣିଆ , ଚନ୍ଦ୍ରଶେଖରପୁର, ଆଚାର୍ଯ୍ୟବିହାର, ସୂର୍ଯ୍ୟନଗର, କଳିଙ୍ଗନଗର, ଘାଟିକିଆ, ମୈତ୍ରୀ ବିହାର , ୟୁନିଟ-୧,ଗୌତମ ନଗର, ସୁନ୍ଦରପଦା କପିଳପ୍ରସାଦ, ଗଙ୍ଗନଗର, ଆଇଗିଣିଆ ରାଜିବନଗର, ପାଇକରାପୁର, ଭରତପୁର, ଶ୍ୟାମପୁର , ତ୍ରୀନାଥ ବସ୍ତି, କଳିଙ୍ଗବିହାରରୁ ଜଣେ ଲେଖାଏଁ ଲୋକାଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ପ୍ରାଇଭେଟ୍ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ବରମୁଣ୍ଡାରୁ-୨, କେନ୍ଦ୍ରୀୟ ହସ୍ପିଟାଲରୁ ୩, ଆଦିମାତା କଲୋନୀରୁ ୨, ଲକ୍ଷ୍ମୀସାଗର ଫିସରି ଲେନରୁ ୨ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି ।
ସେହିପରି ପ୍ରାଇଭେଟ ଇଞ୍ଜିନିୟରିଂ କଲେଜ ଗେଷ୍ଟ ହାଉସ, ସହିଦନଗର, ପୋଖରୀପୁଟ, ଭକ୍ତ ମଧୂନଗର, ଏକାମ୍ର ପାର୍କ ଅଞ୍ଚଳରୁ ଜଣେ ଲେଖାଏଁ ଲୋକାଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ ନମ୍ବର ଆଖଣ୍ଡଳମଣୀ ବସ୍ତିରୁ ୪, ଭରତପୁରରୁ ୭ ଜଣ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯୯୧ ।

LEAVE A REPLY

Please enter your comment!
Please enter your name here