ଭୁବନେଶ୍ୱର ସହରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ ସେଣ୍ଟରରୁ ୧୧୮ ଚିହ୍ନଟ ହୋଇଥିବାବେଳେ ୪୧ ଲୋକାଲ କେସ୍ ରହିଛି । ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଗିଣିଆ ଆଳୁଗଦିରୁ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁନିଟ-୩ ଖାରବେଳ ନଗରରୁ ପୁଣି ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି ।
ସେହିପରି ଓଲ୍ଡ ଟାଉନ୍‌, ଓଲ୍ଡ ଟାଉନ୍ ଜଗନ୍ନାଥ ଲେନ୍‌, ଆଇଗିଣିଆ ଶୀକ୍ଷେତ୍ର ବିହାର, ଜାଭିୟର ସ୍କୋୟାର, ମଞ୍ଚେଶ୍ୱର, ନୀଳାଦ୍ରୀ ବିହାର ସେକ୍ଟର-୩, ଭିଏସଏସନଗର, ଡୁମଡୁମା ଏଚ.ବି କଲୋନୀ, ଲକ୍ଷ୍ମୀସାଗର ତଳସାହି, କଳିଙ୍ଗନଗର କେ-୮, ନୟାପଲ୍ଲୀ ନୂଆସାହି, ୟୁନିଟ-୪ ତ୍ରୀନାଥ ନଗର, ନୟାପଲ୍ଲୀ ଶିବଶକ୍ତି ନଗର, ଭରତପୁର ସନ୍ତୋଷି ନଗର, ସତ୍ୟନଗର ଦୂର୍ଗା ମଣ୍ଡପ, ସରକାରୀ ହସ୍ପିଟାଲରୁ ଜଣେ ଲେଖାଏଁ ଲୋକାଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଶୈଳଶ୍ରୀବିହାର, ଜୟଦେବ ବିହାର ବାଜପେଇ ନଗର, ଗଙ୍ଗନଗର କ୍ୱାର୍ଟ ହଷ୍ଟେଲ ପାଖରୁ ୩ ଲେଖାଏଁ ଲୋକାଲ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରପଡା, ଜାଗମରା, ଶିରିପୁର ରାଧା କୃଷ୍ଣ ଲେନ୍ , ନୟାପଲ୍ଲୀରୁ ଦୁଇ ଲେଖାଏଁ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସାଲିଆ ସାହିରୁ ୭ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୧୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here