ନୂଆଦିଲ୍ଲୀ ଠାରେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେବା ପରେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭାଜପା କର୍ମୀମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ଶ୍ରୀମତି ଷଡଙ୍ଗୀ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବା ପରେ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ. ଗତ ମଙ୍ଗଳବାର ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପଦ୍ମ ଧରିଥିଲେ ଅପରାଜିତା ଷଡ଼ଙ୍ଗୀ । ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ ସେ ଦଳରେ ଯୋଗ ଦେଇଥିଲେ। ଦଳରେ ଯୋଗ ଦେବା ପରେ ଅପରାଜିତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକୁ ପ୍ରଂଶସା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପ୍ରଣ୍ଡା ପ୍ରମୁଖ ତାଙ୍କୁ ଦଳରେ ସ୍ୱାଗତ କରିଥିଲେ। ତାଙ୍କର ଯୋଗଦାନ ଦଳକୁ ଆହୁରି ସୁଦୃଢ କରିବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here