ବିଶିଷ୍ଟ ପଶୁ ଚିକିତ୍ସକ, ଗବେଷକ ତଥା ଚେତନାବାଦୀ ଲେଖକ ଡାକ୍ତର ଲକ୍ଷ୍ମୀଧର ମହାନ୍ତି ଆଉ ନାହାନ୍ତି. 89 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯ଼ାଇଛି. ହୃଦଘାତରେ ଆକ୍ରାନ୍ତ ହୋଇ ଦୁଇଦିନ ତଳେ ସେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ. ରାଜ୍ୟ ପଶୁ ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ସେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ. ରାଜ୍ୟ ପଶୁ ଚିକିତ୍ସା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଭାବେ ଅବସର ନେଇଥିବା ଡାକ୍ତର ମହାନ୍ତି ସମାଜସେବାରେ ବ୍ରତୀ ଥିଲେ. ସତ୍ୟସାଇ ବାବାଙ୍କ ଶ୍ରଦ୍ଧାଳୁ ଭାବେ ଦୀର୍ଘଦିନ ଧରି ସେ ଗୋସେବାରେ ନିୟୋଜିତ ଥିଲେ. ବିଭିନ୍ନ ସମ୍ବାଦପତ୍ରରେ ତାଙ୍କର ଗବେଷଣାତ୍ମକ ଓ ଆଧ୍ୟାତ୍ମିକ ଚେତନା ଧର୍ମୀ ଲେଖା ପ୍ରକାଶ ପାଇ ଆସୁଥିଲା. ତାଙ୍କ ରଚିତ ସାଇ ଜଗନ୍ନାଥ, ଶୃଣନ୍ତୁ ବିଶ୍ବେ ଅମୃତସ୍ୟ ପୁତ୍ର, ସୃଷ୍ଟି ଓ ସ୍ରଷ୍ଟା ପ୍ରଭୃତି ପୁସ୍ତକ ପାଠକୀୟ ମହଲରେ ଆଦୃତି ଲାଭ କରିଥିଲା. ଗତ 24 ତାରିଖରେ ତକ୍ଷକ ଟିଭିର ଲୋକାର୍ପଣ ଉତ୍ସବରେ ଯୋଗଦେଇ ସେ ମୁଖ୍ୟ ଅତିଥି ଡି. ପ୍ରକାଶ ରାଓଙ୍କୁ ସମ୍ବର୍ଦ୍ଧିତ କରିଥିଲେ. ତାଙ୍କର ବିୟୋଗରେ ତକ୍ଷକ ଟିଭି ପକ୍ଷରୁ ଗଭୀର ଶୋକ ପ୍ରକାଶ.

LEAVE A REPLY

Please enter your comment!
Please enter your name here