ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ୧୬ ବର୍ଷର ଏକ ନାବାଳକ ଗତ ୪ ଦିନ ଧରି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ପରିବାରରୁ ମିଳିଥିବା ସୂଚନା ଅନୁସାରେ, ପୁଅ କରାଟେ କ୍ଲାସ୍ ପାଇଁ ବାହାରିଥିଲେ କିନ୍ତୁ ଏବେ ସୁଦ୍ଧା ଘରକୁ ଫେରିନାହାନ୍ତି। ମା’ ନିଜେ ପଡ଼ୋଶିର ସିସିଟିଭି ଫୁଟେଜ୍ ଯାଞ୍ଚ କରିବାରୁ, ପୁଅ କୁ କେତେକ ସ୍ଥାନରେ ଚାଲିକି ଯାଉଥିବା ଦେଖିବାକୁ ମିଳିଛି। ତଥାପି, ପୁଲିସଙ୍କ ଚେଷ୍ଟାରେ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ। ପୁଲିସର ନିଷ୍କ୍ରିୟତା ପରେ ଏବେ ପୁଅ ମିଳିବ ନା ନାହିଁ ତା’କୁ ନେଇ ସନ୍ଦେହରେ ଅଛନ୍ତି ପରିବାର ଲୋକେ।














