ବେଲଗାମ କରୋନାର ଦ୍ୱିତୀୟ ଲହର । ରାଜ୍ୟରେ ପୁଣି ୧୦ ହଜାର ପାର କଲା ଦୈନିକ ସଙ୍କ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର୫୨୧ ନୂଆ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୯୪୫ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୪୫୭୬ । ସେହିପରି ଆଉ ୧୭ ଜଣ କରୋନାରେ ଆଖି ବୁଜିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଆକ୍ରାନ୍ତ ଆଖି ବୁଜିଛନ୍ତି । ବାଲେଶ୍ୱର, ମାଲକାନଗିରି ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ବୌଦ୍ଧ, ଦେବଗଡ, ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । କଳାହାଣ୍ଡି, କେନ୍ଦୁଝର ଓ ନୟାଗଡରୁ ଜଣେ ଲେଖାଏଁ ମୃତ । ରାୟଗଡା, ସମ୍ବଲପୁର, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୧୨୧କୁ ବୃଦ୍ଧି ପାଇଛି । ହଟସ୍ପଟ ତାଲିକାରେ ଥିବା ଖୋର୍ଦ୍ଧାରୁ ପୁଣି ହଜାର ପାର୍ କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରୁ ୧୪୭୭ ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ-୫୪୩, ସମ୍ବଲପୁର-୪୬୦, ନବରଙ୍ଗପୁର-୪୦୪, ଅନୁଗୁଳ-୩୮୮, ଯାଜପୁର-୩୭୩, ପୁରୀ-୩୧୯, ବଲଙ୍ଗୀର-୩୧୪, ଝାରସୁଗୁଡା-୩୧୪, ନୂଆପଡା-୩୦୪, ମୟୂରଭଞ୍ଜ-୨୮୮, ଷ୍ଟେଟପୁଲ-୨୮୨, ବୌଦ୍ଧରୁ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡରୁ ୨୨୪, ଜଗତସିଂହପୁରରୁ ୨୧୭, ଗଞ୍ଜାମରୁ ୧୯୬, କେନ୍ଦୁଝରରୁ ୧୯୪, କୋରାପୁଟରୁ ୧୮୨, ଭଦ୍ରକରୁ ୧୫୮, ରାୟଗଡା-୧୪୦, କେନ୍ଦ୍ରାପଡାରୁ ୧୨୧, ଗଜପତିରୁ ୧୧୩, ସୋନପୁରରୁ ୧୧୨, ବାଲେଶ୍ୱରରୁ ୯୭ ଦେବଗଡରୁ ୮୮, ଢେଙ୍କାନାଳରୁ ୮୮, ମାଲକାନଗିରିରୁ ୮୩ ଏବଂ କନ୍ଧମାଳରୁ ୭୨ ଜଣ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି ।