ବନ୍ଦ ଡାକରାକୁ ନେଇ ବସ୍ ମାଲିକ ଓ ଡ୍ରାଇଭର ସଂଘ ମୁହାଁମୁହିଁ । ୧୦ ଦଫା ଦାବି ନେଇ ଆସନ୍ତାକାଲି ଷ୍ଟିଅରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ । ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଏହି ବନ୍ଦ ଡାକରା ଦେଇଛନ୍ତି । ହଳଦିଆ ନମ୍ବର ପ୍ଲେଟ ଥିବା ସମସ୍ତ ଗାଡି ବନ୍ଦ କରିବାକୁ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ସମସ୍ତ ବ୍ଲକ ଏବଂ ସଦର ମହକୁମାରେ ଆନ୍ଦୋଳନ କରିବ ମିଳିତମଞ୍ଚ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି । ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ସତ୍ତ୍ୱେ ଆସନ୍ତାକାଲି ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ଚାଲିବ ବୋଲି ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି । ସେପଟେ ଆସନ୍ତାକାଲି ହେବାକୁ ଥିବା ଆନ୍ଦୋଳନରେ ସହଯୋଗ କରିବ ନାହିଁ ବୋଲି ନିଖିଳ ଓଡିଶା ଅଟୋ ମହାସଂଘର ସାଧାରଣ ସମ୍ପାଦକ ମଧ୍ୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here