ଭେଦ ଭାବ ଠାରୁ ବହୁ ଉର୍ଦ୍ଦ୍ବରେ ବିଦ୍ୟାଳୟ. ଏଠି ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ. ମାତ୍ର କିଛି ଲୋକଙ୍କ ସଂକୀର୍ଣ୍ଣ ମାନସିକତା ପାଇଁ କଳୁଷିତ ହେଉଛି ପବିତ୍ର ଶିକ୍ଷାନୁଷ୍ଠାନ. ଜାତି, ଧର୍ମ ନାଁରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରୁ ବିରତ କରିବା ସହ ପିଲାମାନଙ୍କ ଟିସି ନେଇଯ଼ାଇଛନ୍ତି କିଛି ଅଭିଭାବକ. ଏମିତି ଘଟଣା ଘଟିଛି ନିମାପଡା ବ୍ଲକ କଳାପାଞ୍ଚଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ. ନିଜର କୁତ୍ସିତ ଭାବନା ପାଇଁ ୧୩ ଜଣ ପିଲାଙ୍କୁ ଅନ୍ୟ ବିଦ୍ୟାଳୟକୁ ସ୍ଥାନାନ୍ତର କରିଛନ୍ତି ଅଭିଭାବକ. ଏହି ବିଦ୍ୟାଳୟରେ ମୋଟ ୧୧୨ଜଣ ପିଲା ପାଠ ପଢୁଥିବା ବେଳେ ଏବେ ମଧ୍ୟାହ୍ନ ଭୋଜନ ରାନ୍ଧୁଥିବା ପାଚିକାଙ୍କ ଜାତି ଓ ଧର୍ମକୁ ନେଇ ସ୍କୁଲ ଛାଡିଛନ୍ତି ୧୩ ଜଣ ପିଲା. ଅଭିଭାବକଙ୍କ ଧାରଣା, ନିଜ ଧର୍ମର ପାଚିକା ହୋଇ ନଥିବାରୁ ସେମାନଙ୍କ ହାତରନ୍ଧା ଖାଦ୍ୟ ଖାଇଲେ ସେମାନଙ୍କ ପିଲାଙ୍କ ଧର୍ମ ନଷ୍ଟ ହେବ ବିଦ୍ୟାଳୟ କମିଟି ବେଆଇନ ଭାବେ ଦୁଇ ମହିଳାଙ୍କୁ ପାଚିକା ଭାବରେ ନିଯୁକ୍ତି ଦେଇଛି ବୋଲି ଟିସି ନେଉଥିବା ପିଲାଙ୍କ ଅଭିଭାବକମାନେ ଅଭିଯ଼ୋଗ କରିଛନ୍ତି. କିଛି ଅଭିଭାବକଙ୍କ ଏମିତି ସଂକୀର୍ଣ୍ଣ ମନୋଭାବ ଅନ୍ୟ ଅଭିଭାବକଙ୍କୁ ଚିନ୍ତାରେ ପକାଇ ଦେଇଛି . ଏହି ଘଟଣାକୁ ଗୁରୁତ୍ବର ସହ ବିଚାର କରାଯାଉଛି ବୋଲି କହିଛନ୍ତି ପ୍ରଧାନଶିକ୍ଷକ . ଖୁବଶୀଘ୍ର ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଡାକି ନିଷ୍ପତ୍ତି ନିଆଯ଼ିବ ବୋଲି ସେ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here