ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଛନ୍ତି । ଝାରଖଣ୍ଡର ରାଜଧାନୀ ରାଞ୍ଚି ଠାରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ପ୍ରାୟ ୫୦ କୋଟି ଭାରତୀୟ ଉପକୃତ ହେବେ । ପ୍ରତ୍ୟକ ବର୍ଷ ପ୍ରତି ପରିବାରକୁ ୫ ଲକ୍ଷ ଲେଖାଏଁ ଟଙ୍କାର ସ୍ୱାସ୍ଥ୍ୟବିମା ଯୋଗାଇଦିଆଯିବ । କର୍କଟରୋଗ ଠାରୁ ଆରମ୍ଭ କରି ହୃଦରୋଗ, ମେରୁଦଣ୍ଡର ଅସ୍ତ୍ରୋପଚାର ଭଳି ଚିକିସôା ଏହି ଯୋଜନାରେ ହିତାଧିକାରୀଙ୍କୁ ମିଳିବ । ଏଥିସହ ଏମଏରଆଇ ଓ ସିଟି ସ୍କାନ ଭଳି ପରୀକ୍ଷା ମଧ୍ୟ କରାଯାଇପାରିବ । ଏହି ଚିକିସôା ପାଇଁ ରୋଗୀଙ୍କୁ ନଗଦ ଅର୍ଥ ଦେବାକୁ ପଡିବ ନାହିଁ । ଏହାକୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ ବୋଲି ମଧ୍ୟ କୁହାଯାଉଛି । ଏହାର ଲକ୍ଷ୍ୟ ହେଉଛି ପଛୁଆ ବର୍ଗର ପରିବାରଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଯୋଜନା ମୁତାବକ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ ।
ଦାରିଦ୍ରତା ହେତୁ ଅନେକ ଗରିବ ପରିବାର ହସ୍ପିଟାଲ ମୁହଁରୁ ଆଉ ଫେରିନଆସନ୍ତୁ ବୋଲି ଏହି ଅଭିଯାନ ଆରମ୍ଭ । ଆୟୁଷ୍ମାନ ଯୋଜନା ପାଇଁ ୮ ହଜାର ୭୩୫ଟି ସରକାରୀ ଓ ଘରୋଇ ଡାକ୍ତରଖାନାକୁ ଚୟନ କରାଯାଇଛି । ଏହିସବୁ ଡାକ୍ତରଖାନାରେ ଜଣେ ଲେଖାଏଁ ଆୟୁଷ୍ମାନ ମିତ୍ର ରହିବେ । ଏହି ଯୋଜନା ବାବଦ ଖର୍ଚ୍ଚରୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ବହନ କରିବେ । ଓଡିଶା,ତେଲେଙ୍ଗାନା, ଦିଲ୍ଲୀ, କର୍ଣ୍ଣାଟକ, କେରଳ ଓ ପଞ୍ଜାବ ଭଳି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here