ରବିବାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ମନ କି ବାତ”ର ୧୨୫ତମ କାର୍ଯ୍ୟକ୍ରମ ରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସେ ଏଥିରେ ନିକଟରେ ଘଟିଥିବା ପ୍ରାକୃତିକ ବିପଦ, ଜମ୍ମୁ-କାଶ୍ମୀରର ଅଗ୍ରଗତି, ଶହଡୋଲର ଫୁଟବଲ ଗାଁ, ସୋଲାର ଲାଇଟରେ କୃଷକଙ୍କ ଲାଭ, ଏବଂ ସ୍ୱଦେଶୀକରଣ ବିଷୟରେ ଆଲୋଚନା କରିଥିଲେ । ପର୍ବ ସମୟରେ ସ୍ୱଦେଶୀ ଉତ୍ପାଦନ କୁ ପ୍ରାଥମ୍ୟ ଦେବା ପାଇଁ ମଧ୍ୟ ସେ ଆହ୍ୱାନ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ “ମନ କି ବାତ”ରେ ମୌସୁମୀ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ଉଲ୍ଲେଖ କରିଥିଲେ । ସେ କହିଥିଲେ, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଧନଜୀବନ ବହୁତ ହାନି ଘଟିଛି, ଅନେକ ପରିବାର ନିସ୍ୱଃ ହୋଇଛନ୍ତି । ସେ ଉଦ୍ଧାରକର୍ମୀଙ୍କ ଦ୍ୱାରା ଚାଲିଥିବା ସୁରକ୍ଷା ଅଭିଯାନ ବିଷୟରେ ମଧ୍ୟ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ “ମନ କି ବାତ”ରେ ଜମ୍ମୁ-କାଶ୍ମୀରର କ୍ରୀଡା ଅଭିନବତାକୁ ଉଲ୍ଲେଖ କରିଥିଲେ । ସେ କହିଥିଲେ, ପୁଲୱାମାରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଦିବାରାତ୍ର ମ୍ୟାଚ୍ ଆୟୋଜନ ହୋଇଛି ଏବଂ ଡାଲ ହ୍ରଦରେ ପ୍ରଥମେ ୱାଟର ସ୍ପୋର୍ଟ୍ ଆୟୋଜିତ ହୋଇଛି । ସେ କହିଥିଲେ, “ପ୍ରଥମେ ଏହା ଅସମ୍ଭବ ଲାଗୁଥିଲା, କିନ୍ତୁ ଦେଶ ବଦଳୁଛି” । ଏହାସହିତ ସେ ‘ପ୍ରତିଭା ସେତୁ’ ଡିଜିଟାଲ ପ୍ଲାଟଫର୍ମ ବିଷୟରେ କହିଥିଲେ,ଯେଉଁମାନେ ୟୁପିଏସସିର ସବୁ ପର୍ଯ୍ୟାୟରେ ପାସ୍ କରିବା ପରେ ବି ଶେଷ ତାଲିକାରେ ଆସି ପାରି ନାହାନ୍ତି, ସେହି ପରୀକ୍ଷାର୍ଥୀଙ୍କୁ ସୁଯୋଗ ଦେଉଛି । ଏଥୁରୁ ଅନେକ ଯୁବକଙ୍କୁ ବେସରକାରୀ କମ୍ପାନୀରେ ଚାକିରି ମିଳିବା ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here