କୁକୁର ମୁହଁକୁ ବିଲେଇ ଛୁଆ ଫୋପାଡି ଗିରଫ ହେଲେ ବ୍ୟାଙ୍କ କର୍ମଚାରୀ । ଭୁବନେଶ୍ୱର ପ୍ରଶାନ୍ତିବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁକୁର ମୁହଁକୁ ଏକ ବିଲେଇ ଛୁଆ ଫୋପାଡି ଦେଇଥିବାର ଭିଡିଓ ସୋସିଆଲ ଭାଇରାଲ ହୋଇଥିଲା । ଏହାପରେ ଚନ୍ଦ୍ରଶେଖର ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଆଜି ଗିରଫ କରିଛି ।
ସୂଚନା ଅନୁସାରେ ଏଇ କିଛି ଦିନ ହେବ ଏକ ବିଲେଇ ଛୁଆ ବ୍ୟାଙ୍କ କର୍ମଚାରୀଙ୍କ ଘର ଭିତରକୁ ପଶିଯାଇଥିଲା । ଅଭିଯୁକ୍ତ ବ୍ୟକ୍ତି ଏକ ବାଡିରେ କୁକୁର ମୁହଁକୁ ବିଲେଇ ଛୁଆଟିକୁ ଠେଲି ଦେଇଥିଲେ । ମା’ ବିଲେଇ ଚେଷ୍ଟା କରିଥିଲେ ବି ଛୁଆଟିକୁ ବଞ୍ଚାଇ ପାରିନଥିଲା । ଶେଷରେ ମା’ ସାମ୍ନାରେ ତିନୋଟି କୁକୁର ଅତି ନିର୍ମମ ଭାବେ ବିଲେଇ ଛୁଆଟିକୁ ଝୁଣି ଖାଇଦେଇଥିଲେ । ଏହି ଘଟଣା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା ।

LEAVE A REPLY

Please enter your comment!
Please enter your name here