ବଙ୍ଗୋପସାଗରରେ ଆସନ୍ତା 22 ତାରିଖରେ ଲଘୁଚାପ ସୃଷ୍ଟି ହେବ ଏବଂ ଏହା କ୍ରମଶଃ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା 24 / 25 ତାରିଖରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯଦିଓ ବାତ୍ୟାର ରୂପରେଖ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ମିଳିନାହିଁ, ତଥାପି ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହାଦ୍ବାରା ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । 21 ତାରିଖରୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । 26 ତାରିଖରେ ବାତ୍ୟା ଉପକୂଳ ଛୁଇଁବ ବୋଲି ଆଶା କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଲେ ଏହାର ନାଁ ୟସ୍ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here