ଓଡିଶା , କୋଣାର୍କ ମନ୍ଦିର ଓ ଓଡିଶାର ବିଧାୟକମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ଶେଷରେ ଓଡିଶା ପୁଲିସ ନୂଆଦିଲ୍ଲୀର ନିଜାମ୍ମୁଦିନ ଥାନା ଅଞ୍ଚଳରୁ ଗିରଫ କରିଥିବା ସୁଚନା ମିଳିଛି । ଏନେଇ ଅଭିଜିତଙ୍କ ବନ୍ଧୁ ଆରତି ଟିକୋ ସିଂହ ଟୁଇଟ କରିବା ପରେ ତଥ୍ୟ ସାମ୍ନାକୁ ଆସିଛି । ତେବେ ଦମ୍ ଅଛି ତ ଗିରଫ କର ବୋଲି ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ ଅଭିଜିତ୍ । ଶେଷରେ ତାଙ୍କୁ ଦିଲ୍ଲୀର ନିଜାମ୍ମୁଦିନ ଥାନାରେ ତାଙ୍କୁ ଗିରଫ କରି ରଖାଯାଇଛି । ଏବେ ତାଙ୍କୁ ଦିଲ୍ଲୀର ସାକେତ କୋର୍ଟରେ ହାଜର କରାଯାଇଛି । ଏହାପରେ ଟ୍ରାନଜିଟ୍ ରିମାଣ୍ଡରେ ଆଣିପାରେ ଓଡିଶା ପୋଲିସ ।

ଗତ ୧୫ ତାରିଖରେ ବୈଜୟନ୍ତଙ୍କ ସହ ଚପରରେ ଉଡି ବିବାଦକୁ ଆସିଥିଲେ ଅଭିଜିତ୍ । ସେ ଚପରରେ ଚିଲିକା , କୋଣାର୍କ , ପୁରୀ ଓ ଅନ୍ୟାନ୍ୟ ସ୍ଥାନ ବି ବୁଲିଥିଲେ । କୋଣାର୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ଅଭିଜିତ୍ ଆୟାର ମିତ୍ର । କୋଣାର୍କ ମନ୍ଦିରକୁ ଅପମାନ କରିବା ସହ ଓଡିଶାକୁ ଏକ ଘଟିଆ ରାଜ୍ୟ ବୋଲି ମଧ୍ୟ କହିଥିଲେ ଅଭିଜିତ୍ । କୋଣାର୍କରେ ଖୋଦେଇ ହୋଇଥିବା ଚିତ୍ରକୁ ନେଇ ସେ ବିବାଦୀୟ ମନ୍ତବ୍ୟ ରଖିଥିଲେ । ମନ୍ଦିରରେ ଏପରି ଅଶ୍ଳୀଳ ଚିତ୍ର ସ୍ଥାପନ ହୋଇଛି, ଏହା କିପରି ଏକ ପବିତ୍ର ସ୍ଥାନ ହୋଇପାରିବ ବୋଲି ସେ ଭିଡିଓ ଜରିଆରେ କହିଥିଲେ । ଓଡିଶାର ଆବିଷ୍କାର ବଙ୍ଗାଳି କରିଥିଲେ ବୋଲି ମଧ୍ୟ ସେ କହିଥିଲେ । ଓଡିଶା ଭଳି କିଛି ନାହିଁ, ଏହା ବେଙ୍ଗଲର ଏକ ଅଂଶ ଏବଂ ଜଗନ୍ନାଥ ପ୍ରକୃତରେ କୋଲକାତାର ଦେବତା ବୋଲି କହିଥିଲେ ।
ସୁଚନା ଅନୁସାରେ ଆଜି ଅଭିଜିତଙ୍କ ମନ୍ତବ୍ୟ ନେଇ ବିଧାନସଭାରେ ସରଗରମ ଆଲୋଚନା ହେବା ସହ ତାଙ୍କ ବିରୋଧରେ ବିଧାନସଭାରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଗୃହିତ ହୋଇଥିଲା । ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ୬ଜଣିଆ ଗୃହ କମିଟି ମଧ୍ୟ ଗଠନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here