ଉଭୟ ଓଡିଶା ଓ ଛତିଶଗଡ ଦାଖଲ କରିଥିବା ସତ୍ୟପାଠକୁ ପୂରା ତଥ୍ୟ ପ୍ରମାଣ ସହ ଦାଖଲ କରିବା ପାଇଁ ମହାନଦୀ  ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି. ଏଥିପାଇଁ ଉଭୟ ସରକାରଙ୍କୁ ଟ୍ରିବ୍ୟୁନାଲ ଦୁଇ ସପ୍ତାହ ସମୟ ଦେଇଛନ୍ତି. ଦୁଇ ସପ୍ତାହ ମଧ୍ୟରେ ତଥ୍ୟପ୍ରମାଣ ସହ ଲିଖିତ ଭାବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ . ଶନିବାର ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦ ମାମଲାରେ ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଶୁଣାଣି ହୋଇଛି. ତେବେ ଆସନ୍ତା ମାର୍ଚ୍ଚ 9 ତାରିଖରେ ଏହାର ଚୂଡାନ୍ତ ଶୁଣାଣି କରାଯିବ. ଅଣମୌସୁମୀରେ 1.74 ନିୟୁତ କୋଟି ଘନଫୁଟ ଜଳ ଦାବି କରିଛି ଓଡିଶା. ସୂଚନାଯୋଗ୍ୟ ମହାନଦୀ ଉପରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କରିବା ନେଇ ଓଡିଶା ସରକାର ଆପତ୍ତି ଉଠାଇଥିଲେ. ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତୀବ୍ର ହୋଇଥିଲା. କେନ୍ଦ୍ର ସରକାରଙ୍କ ସହଯୋଗରେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଥିବା ବେଳେ ଓଡିଶା ସରକାରଙ୍କୁ ଅନ୍ଧାରରେ ରଖାଯାଇଥିଲା ବୋଲି ରାଜ୍ୟ ସରକାର ଅଭିଯୋଗ କରିଥିଲେ. ଏହାଦ୍ବାରା ମହାନଦୀ ତଳମୁଣ୍ଡକୁ ଜଳପ୍ରବାହ କମିଯିବା ସହ ଭିତରକନିକା ଭଳି ଜୈବ ବିବିଧତା ଥିବା ପ୍ରାକୃତିକ ସ୍ଥାନଗୁଡିକରେ ଜୈବ ବିବିଧତା ନଷ୍ଟ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା.

 

LEAVE A REPLY

Please enter your comment!
Please enter your name here