ପଖାଳରେ ରହିଛି ଓଡ଼ିଆ ଘରର ପରିଚୟ l ଓଡିଶାର ଜନଜୀବନରେ ପଖାଳ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି l ଆଧୁନିକ ଖାଦ୍ୟ ରୁଚି ଭିତରେ ବି ଓଡ଼ିଆ ଘରର ପଖାଳ ତାର ବିଶେଷତ୍ୱ ବଜାୟ ରଖିଛି l ଯେତେ ଖିରି, ପୁରି, ବିରିୟାନୀ ଖାଇଲେ ବି ପଖାଳ କଂସାରେ ହାତ ନ ବୁଡ଼େଇଲେ ମନ ସନ୍ତୁଷ୍ଟ ହୁଏନି l ପଖାଳ ସାଙ୍ଗକୁ ଆଳୁ ଚକଟା, ବାଇଗଣ ଭଜା, ବଡି ଚୁରା, ମାଛ ଭଜାର ସୁଆଦ ଆଉ କୋଉଥିରେ ବି ମିଳେନି l ଖାଲି ଓଡ଼ିଆ ଘର ନୁହେଁ, ଆଜି ପଖାଳକୁ ସମସ୍ତେ ଆପଣେଇ ନେଇଛନ୍ତି l ସେଇଥିପାଇଁ ତ ମାଟିଲିପା ଚାଳ ଛପର ଘର ଭିତରୁ ବାହାରି ତାରକା ହୋଟେଲ ର ଡାଇନିଂ ରେ ଆସ୍ଥାନ ଜମେଇଲାଣି l ଆଉ ସବୁଠୁ ବଡ କଥା ହେଉଛି, ମେଡିକାଲ ରିସାରଚେରଙ୍କ ତଥ୍ୟ ଅନୁଯାୟୀ ପଖାଳ ରେ ରହିଛି ଭରପୁର ଭିଟାମିନ ଓ ଶରୀରରେ ରୋଗ ପ୍ରତିରୋଧକ ବୃଦ୍ଧି କରିବାରେ ପଖାଳର ଅବଦାନ ଅଧିକ

LEAVE A REPLY

Please enter your comment!
Please enter your name here