କୁଆଡେ ଗଲା ମମିତା ମେହେରଙ୍କ ମୋବାଇଲ? ମୃତ୍ୟୁ ପରେ ମୋବାଇଲ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ପୋଲିସ ଓ ଘର ଲୋକେ ମୋବାଇଲକୁ ଖୋଜିଛନ୍ତି ହେଲେ ଏବେ ସୁଦ୍ଧା ଏ ସମ୍ପର୍କରେ କୌଣସି ପତ୍ତା ଲାଗି ପାରିନି । ଆଜି ଉତ୍ତରାଞ୍ଜଳ ଡିଆଇଜି ବଲାଙ୍ଗୀର ଏସପି ମହାଲିଙ୍ଗ ଷ୍ଟାଡିୟମକୁ ଯାଇ ଯାଞ୍ଚ କରୁଛନ୍ତି । ମୃତଦେହ ମିଳିଥିବା ସ୍ଥାନକୁ ପୋଲିସ ଟିମ୍ ଯାଇ ଅନୁଧ୍ୟାନ କରିଛି । ମେଟାଲ ଡିଟେକ୍ଟର ନେଇ ଖୋଳତାଡ କରୁଛି ପୋଲିସ । ମମିତାଙ୍କ ମୋବାଇଲରୁ ଗୋବିନ୍ଦର କଳାକାରନାମା ମିଳିବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here