ଗୋବିନ୍ଦ ସାହୁର ସହଯୋଗୀ ରାଧେକୁ ଗିରଫ କଲା ବଲାଙ୍ଗୀର ପୋଲିସ । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗତକାଲି ଗୋବିନ୍ଦ ସାହୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ତିନିଜଣ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ଆଜି ପୋଲିସ ରାଧେକୁ ଗିରଫ କରି ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟ ଚାଲାଣ କରିଛି ।
ଏହି ମାମଲାରେ ପୋଲିସ ଅଟକ ରଖିଥିବା ଅନ୍ୟ ଦୁଇଜଣ ଜେସିବି ଡ୍ରାଇଭର ଓ ମୁନସୀକୁ ରାଜସାକ୍ଷୀ କରିଛି । ଜେସିବି ଡ୍ରାଇଭର ପୁସ୍କର ଭୋଇ ଓ ମୁନସି ଗୁପ୍ତେଶ୍ବର ତାଣ୍ଡେଙ୍କୁ ପୋଲିସ ରାଜସାକ୍ଷୀ କରିଛି । ମହାଲିଙ୍ଗ ଷ୍ଟାଡିଅମ ପରିସରରେ ମମିତା ମେହେରକୁ ପୋତିବା ପାଇଁ ଜେସିବିରେ ଗାତ ଖୋଳା ଯାଇଥିଲା । ଗତ 6 ତାରିଖରେ ଗାତ ଖୋଳାଯାଇଥିବା ବେଳେ 8 ତାରିଖ ଦିନ ମମିତାକୁ କାର୍ ଭିତରେ ମର୍ଡର କରିଥିଲା ଗୋବିନ୍ଦ । 8 ତାରିଖ ରାତିରେ ମମିତାକୁ ଗାତ ଭିତରେ ପୋଡି ମାଟି ପକାଇ ଦେଇଥିଲା ।

LEAVE A REPLY

Please enter your comment!
Please enter your name here