ଆଗକୁ ବଢିବ ପ୍ରବଳ ଖରା । ଆଗାମୀ ୨୪ ଘଣ୍ଟା ଭିତରେ ରାଜ୍ୟରେ ବଢିଯିବ ତାପମାତ୍ରା । କିଛି ଜିଲ୍ଲାରେ ଦିନର ତାପମାତ୍ରାରେ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧ ପାଇବ ବୋଲି ସମ୍ଭାବନା ରହିଛି । ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସେହିପରି କେନ୍ଦୁଝର, ମୟୂରଭଞ୍ଜ , ଭଦ୍ରକ , ନୟାଗଡ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରିଛି ପାଣିପାଗ ବିଭାଗ । ବାହାରକୁ ଯାଉଥିଲେ ସତର୍କ ହୋଇଯିବାକୁ ପରାମର୍ଶ ଦେଇଛି ଆଇଏମଡି । ଚଳିତ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଓଡିଶାରେ ଭୀଷଣ ଖରା ହେବ । ପ୍ରବଳ ଖରା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା । ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ । ପୂର୍ବ ଛତିଶଗଡ, ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଭୀଷଣ ଖରା ହେବ । କୋଙ୍କଣ , ଗୋଆ ଏବଂ ଉପକୂଳ ଆନ୍ଧ୍ରରେ ବି ପ୍ରବଳ ଖରା ହେବ । ସ୍ୱାଭାବିକ ସର୍ବୋଚ୍ଚ ଠାରୁ ତାପମାତ୍ରା ଅଧିକ ରହିବ ବୋଲି ପୂର୍ବାନୁମାନ ।