୫ ଥର ମୁଖ୍ୟମନ୍ତ୍ରୀ ହୋଇଆସୁଥିବା ଥାନହଲାଙ୍କୁ ଲାଗିଛି ବଡ ଝଟକା । ମିଜୋରାମ ବିଧାନସଭା ନିର୍ବାଚେନରେ ଚାମ୍ଫାଇ ଦକ୍ଷିଣ ଆସନରେ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ଥାନାୱାଲା ଏମ୍‌ଏନ୍‌ଫ୍‌ର ଟିଜେ ଲାଲ୍‌ନୁନ୍‌ତ୍ଲୁଆଙ୍ଗାଙ୍କ ଠାରୁ ପରାଜିତ ହୋଇଛନ୍ତି। ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦ୍ୱିତୀୟ ଆସନ ସେର୍‌ଛିପ୍‌ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପଛେଇ ଚାଲିଛନ୍ତି।

ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନାୱାଲା ନିଜେ ଦୁଇ ଦୁଇଟି ଆସନରେ ଭଲ ପ୍ରଦର୍ଶନ କରିପାରି ନ ଥିବାରୁ ରାଜ୍ୟରେ କଂଗ୍ରେସ କ୍ଷମତାରୁ ହଟିଛନ୍ତି । ଚମ୍ଫାଇ ଦକ୍ଷିଣ ଆସନରୁ ଥାନହଲା ଟିଜେ ଲାଲ୍‌ନୁନ୍‌ତ୍ଲୁଆଙ୍ଗାଙ୍କ ଠାରୁ ୧୦୪୯ ଭୋଟ୍‌ରେ ହାରିଛନ୍ତି।

ଏମ୍‌ଏନ୍‌ଏଫ୍‌ ୨୮ଟି ଆସନରେ ଅଗ୍ରଣୀ ରହିଥିବା ବେଳେ କଂଗ୍ରେସ ମାତ୍ର ୯ଟି ଆସନରେ ଆଗେଇଛି। ବିଜେପି ୧ ଆସନ ଏବଂ ଅନ୍ୟାନ୍ୟ ୬ ଟି ଆସନରେ ଅଗ୍ରଣୀ ରହିଛନ୍ତି।

LEAVE A REPLY

Please enter your comment!
Please enter your name here