ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ସେମାନଙ୍କୁ ନ୍ୟାୟ ମିିଳିବ, କଡା ଜବାବ୍ ଦିଆଯିବ । ମନ୍ କି ବାତର ୧୨୧ ତମ ସଂସ୍କରଣରେ ଏମିତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମ ଆତଙ୍କବାଦୀଙ୍କ ଆକ୍ରମଣ କଥା ଉଠାଇଛନ୍ତି । ଆତଙ୍କୀ ଆକ୍ରମଣ ସାରା ଦେଶବାସୀଙ୍କୁ ଦୁଃଖ ଦେଇଛି । ଏଭଳି ଘଟଣାକୁ ନେଇ ସାରା ବିଶ୍ୱ ସମବେଦନା ଜଣାଉଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏପ୍ରିଲ ୨୨ ତାରିଖରେ ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ପର୍ଯ୍ୟଟକଙ୍କ ଜୀବନ ଚାଲି ଯାଇଛି । ମୋ ମନରେ ଅନେକ ପୀଡ଼ା ରହିଛି । ଯେଉଁମାନଙ୍କର ବି ଜୀବନ ଯାଇଛି ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଯେଉଁମାନେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ।

LEAVE A REPLY

Please enter your comment!
Please enter your name here