ଆଜିଠାରୁ ଦୁଇଦିନିଆ ଚତୁର୍ଥ ବିମଷ୍ଟେକ ଶିଖର ବୈଠକ ନେପାଳ ରାଜଧାନୀ କାଠମାଣ୍ଡୁରେ ଆରମ୍ଭ ହୋଇଛି । ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ କାଠମାଣ୍ଡୁରେ ପହଁଞ୍ଚିଛନ୍ତି । ନେପାଳ ଉପ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଈଶ୍ୱର ପୋଖରେଲ ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଚତୁର୍ଥ ଥର ନେପାଳ ଗସ୍ତରେ ଥିବା ଭାରତୀୟ ନେତା ମୋଦୀଙ୍କୁ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିଲା । ବ୍ୟାଙ୍କକ ଘୋଷଣା ପତ୍ର ମାଧ୍ୟମରେ ୧୯୯୭ ଜୁନ୍ ୬ ତାରିଖରୁ ବିମଷ୍ଟେକ ଘୋଷଣା କରାଯାଇଥିଲା । ଏଥିରେ ବଙ୍ଗୋପସାଗର ଉପକୂଳବର୍ତ୍ତିବାଲାଂଦେଶ, ଭୁଟାନ, ଭାରତ, ମିଆଁମାର, ନେପାଳ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ସାମିଲ ଅଛନ୍ତି । ବିମଷ୍ଟେକର ମୁଖ୍ୟ ଉଦେ୍ଦଶ୍ୟ ହେଲା ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କ ମଧ୍ୟରେ ବୈଷୟିକ ଓ ଆର୍ଥିକ ସହଯୋଗ ପ୍ରତିଷ୍ଠା କରିବା । କ୍ଷେତ୍ରୀୟ ଆଞ୍ଚଳିକ ସହଯୋଗକୁ ଆହୁରି ସମୃଦ୍ଧ କରିବା, , ବାଣିଜି୍ୟକ ସମ୍ପର୍କ ବୃଦ୍ଧି କରିବା ଏବଂ ଏକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ବଙ୍ଗୋପସାଗର ଅଞ୍ଚଳ ଗଠନ କରିବା ପ୍ରସଙ୍ଗ ଉପରେ ଶିଖର ବୈଠକରେ ସଫଳ ନିର୍ଯାସ ବାହାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here