ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ବିଜୟ ସହ ବଡ ବଡ ନେତାଙ୍କ ଗାଦି ଦୋହଲିଯାଇଛି । ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି, ପୂର୍ବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ନବଜ୍ୟୋତ ସିଂ ସିଦ୍ଧୁଙ୍କ ଭଳି ପୁରୁଖା ନେତାଙ୍କୁ ପରାଜୟ ବରଣ କରିବାକୁ ପଡିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏଭଳି ପୁରୁଖା ନେତାଙ୍କୁ ହରାଇଥିବା ଆପ୍ ନେତା ସେମିତି ବଡ ନେତା ନୁହଁନ୍ତି । ଭଦୌର ଆସନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କୁ ହରାଇଥିବା ଆପ୍ ନେତା ହେଉଛନ୍ତି ଲବ୍ ସିଂ ଉଗୋକେ । ଲବ୍ ସିଂ 23 ହଜାର ଭୋଟରେ ଚନ୍ନିଙ୍କୁ ହରାଇଛନ୍ତି । ତେବେ ଲବ୍ ସିଂ ଉଗୋକେ ଏମିତି ଜଣେ ବଡ ରାଜନେତା ନୁହଁନ୍ତି । ସେ ରାଜନୀତିକୁ ଆସିବା ଆଗରୁ ଏକ ମୋବାଇଲ ମରାମତି ଦୋକାନରେ କାମ କରୁଥିଲେ । ଏମିତି ଅନେକ ସାଧାରଣ ଲୋକ ପଞ୍ଜାବ ରାଜନୀତିରେ ଏଥର ଭେଟେରାନ ନେତାଙ୍କୁ ହରାଇଛନ୍ତି ।

ପଞ୍ଜାବ ବିଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ପଞ୍ଜାବବାସୀ କମାଲ କରିଦେଲେ । ଆପ୍ ବିଜୟ ସହ ବହୁ ବଡ ବଡ ନେତାଙ୍କ ଆସନ ଦୋହଲି ଯାଇଛି । ଭଗତ ସିଂଙ୍କ ସ୍ବପ୍ନ ପୁରା କରିବା ସମୟ ଆସିଗଲା ବୋଲି କହିଛନ୍ତି କେଜ୍ରିଓ୍ୱାଲ । ସାଧାରଣ ଲୋକ ଜାଗିଲେ ଦେଶକୁ ଲୁଟୁଥିବା ଦୁର୍ନୀତିଗ୍ରସ୍ତ ନେତାଙ୍କ ଆସନ ଦୋହଲିଯିବ । ତେଣୁ ଦେଶବାସୀ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବାକୁ କେଜ୍ରିଓ୍ୱାଲ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here