୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଆରମ୍ଭ ହୋଇଛି । ଗଣତି ପରେ ୫ ରାଜ୍ୟରେ ଫଳାଫଳ ଆସିବାରେ ଲାଗିଛି । ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି କ୍ଲିନ ସୁଇପ୍ କରିଥିବା ବେଳେ କଂଗ୍ରେସକୁ ଚରମ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି । 403 ଆସନରୁ ବିଜେପିକୁ 270 ଆସନ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର 2ଟି ଆସନ ମିଳିଛି ।
ପଞ୍ଜାବରେ ଆମ ଆଦମୀ ପାର୍ଟିକୁ ମିଳିଛି ବଡ ସଫଳତା । 117 ରୁ 92 ଆସନରେ ନିଜ ସ୍ଥିତି ପକ୍କା କରିଛି ଆପ୍ । ପଞ୍ଜାବରେ ବିଜେପିର ଶୋଚନୀୟ ସ୍ଥିତି ।
ଉତ୍ତରାଖଣ୍ଡରେ ବହୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । 45 ଆସନରେ ବିଜୟ ଲାଭ କରି ସରକାର ଗଢିବାକୁ ଯାଉଛି ବିଜେପି ।
ଗୋଆରେ ୪୦ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ବିଜେପି 19 ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ମଧ୍ୟ କଡା ଟକ୍କର ଦେଉଛି । 12 ଆସନରେ କଂଗ୍ରେସ ଆଗୁଆ ରହିଛି । ଟିଏମସି ୪ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି ।
ମଣିପୁରରେ କ୍ଷମତା ଦଖଲ ମ୍ୟାଜିକ ନମ୍ବର ପାଖରେ ପହଞ୍ଚିଛି ବିଜେପି । 60 ଆସନରୁ ବିଜେପିକୁ ମିଳିଛି 30 ଆସନ ।

LEAVE A REPLY

Please enter your comment!
Please enter your name here