ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିୟାନଙ୍କୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ବରିଷ୍ଠତା ଦୃଷ୍ଟିରୁ ତାଙ୍କ ଉପରେ ଅନେକ ଆଇଏଏସ ଅଫିସର ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠୁ ପ୍ରିୟ ଅଫିସର ଭାବେ ସମସ୍ତ କ୍ଷମତା ଉପଭୋଗ କରୁଛନ୍ତି ସେ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପଛରେ ରହି ଗୋଟି ଚଳାଉଥିବା ପାଣ୍ଡିୟାନ ବାବୁ ଏବେ ଆଗରେ ।
ସୁରକ୍ଷା ବଳୟ ଭିତରେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରିବା, ରାଜନୈତିକ ସଭାରେ ଉଦବୋଧନ ଦେବା, ସରକାରଙ୍କ କାର୍ଯ୍ୟକ୍ରମ ବିଷୟ ଘୋଷଣା କରିବା ଭଳି ସବୁ କାର୍ଯ୍ୟ କରୁଛନ୍ତି ପାଣ୍ଡିୟାନ । ତେବେ ଜଣେ ସରକାରୀ ବାବୁଙ୍କ ଏଭଳି କାର୍ଯ୍ୟକୁ କଟାକ୍ଷ କରିଥିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ କଟାକ୍ଷକୁ ଆଉ ଟିକେ ନିଆଁ ଲଗେଇ ଦେଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ତାଙ୍କ ବିରୋଧରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ବରଗଡ ଗସ୍ତରେ ଥିବା ପାଣ୍ଡିୟାନ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ରେକର୍ଡିଂ ଏକ ଅଢିଓ ଶୁଣେଇଛନ୍ତି । ଯେଉଁଥିରେ ନବୀନ କହୁଛନ୍ତି, ଆପଣଙ୍କ ସୁଖ ଦୁଃଖ ବୁଝିବା ପାଇଁ ମୁଁ ମୋ ସଚିବଙ୍କୁ ପଠାଇଛି । ପାଣ୍ଡିୟାନଙ୍କ କାଉଣ୍ଟର ପରେ ଏବେ ବିରୋଧୀ ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here