ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରୁଛନ୍ତି. ଏ ନେଇ ଗଜପତି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି. ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି. ତେବେ ବିଶେଷ କଥା ହେଲା, ସେଠାରେ ନବୀନ 19 ଫୁଟ ଉଚ୍ଚତା ବିଶିଷ୍ଟ ପଦ୍ମସମ୍ଭବ ମୂର୍ତ୍ତିର ଅନାବରଣ କରିବେ. ଏହାସହ 81 କୋଟି ଟଙ୍କା ବ୍ୟୟରେ 227ଟି ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବେ. ଅନାବରଣ ହେବାକୁ ଥିବା ଏହି ମୂର୍ତ୍ତିକୁ ରାଜ୍ୟର ଲୋକଙ୍କ ପାଇଁ ସମର୍ପିତ କରିବେ ମୁଖ୍ୟମନ୍ତ୍ରୀ. 50 ଲକ୍ଷ ବଜେଟ ଓ 28 ଟନ୍ ପଥରରେ ନିର୍ମିତ ହୋଇଛି ଏହି ମୂର୍ତ୍ତି. ଯାହାକୁ ଦ୍ୱିତୀୟ ବୁଦ୍ଧ ବୋଲି ମଧ୍ୟ କୁହାଯାଉଛି. ଇତିହାସ ଅନୁସାରେ, ପଦ୍ମସମ୍ଭବଙ୍କ ଜନ୍ମ ଓଡିଶାରେ ହୋଇଥିଲା.

LEAVE A REPLY

Please enter your comment!
Please enter your name here