ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଅଧିକ ରହିଛି. ଜାତୀୟ ହାର 7.1 ଥିବା ବେଳେ  ଓଡିଶା ଅଭିବୃଦ୍ଧି ହାର 8 ପ୍ରତିଶତ ରହିଛି. ଆସନ୍ତା ଆର୍ଥିକ ବର୍ଷରେ ଏହା 8.5 ପ୍ରତିଶତ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି. ଗୁରୁବାର ବିଧାନସଭାରେ ବଜେଟ ଆଗତ କରି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏହି ତଥ୍ୟ ରଖିଛନ୍ତି.

ଗୁରୁବାର ବିଧାନସଭାରେ ଆଗତ ହୋଇଛି କାମଚଳା ବଜେଟ. ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା 1 ଲକ୍ଷ 32 ହଜାର 660 କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି.  ବଜେଟରେ 8433 କୋଟି ଟଙ୍କା ରାଜସ୍ବ ବଳକା ଦର୍ଶାଯାଇଥିବା ବେଳେ 16, 193 କୋଟି ଟଙ୍କା ବିତ୍ତୀୟ ନିଅଣ୍ଟ ଦର୍ଶାଯାଇଛି. ପ୍ରଥମ ଚାରିମାସ ପାଇଁ 56 ହଜାର କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି. କାଳିଆ ଯୋଜନା ପାଇଁ 4461 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ 864 କୋଟି ଟଙ୍କା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ବ୍ୟୟ ବରାଦ କରାଯାଇଛି. କୃଷି ଋଣରେ ସୁଧରେ ରିହାତି ପାଇଁ 8ଶହ କୋଟି ଥିବା ବେଳେ ପାର୍ବତୀ ଗିରି ଉଠା ଜଳସେଚନ ଯୋଜନା ପାଇଁ 1776 କୋଟି ଟଙ୍କା ଅଟକଳ କରାଯାଇଛି. 6500 କୋଟି ଟଙ୍କା ଋଣ ପରିଶୋଧ ପାଇଁ ବ୍ୟୟ ଅଟକଳ ରଖାଯାଇଛି.

 

LEAVE A REPLY

Please enter your comment!
Please enter your name here