ମୁନଲାଇଟିଂ ପାଇଁ ଚାକିରୀ ହରାଇଲେ 300 କର୍ମଚାରୀ । ଉଇପ୍ରୋ କଂପାନୀ 300 କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ବିଦା ହୋଇଥିବା କର୍ମଚାରୀମାନେ ମୁନଲାଇଟିଂରେ ସଂପୃକ୍ତ ଥିଲେ । ତେବେ ଉଇପ୍ରୋ ଭଳି ଅନ୍ୟ ଆଇଟି କଂପାନୀଗୁଡିକ ମଧ୍ୟ ସେମାନଙ୍କ କର୍ମଚାରୀଙ୍କୁ ସାବଧାନ କରିଦେଇଛନ୍ତି । ମୁନଲାଇଟିଂରେ ସଂପୃକ୍ତ ଥିବା ଜଣାପଡିଲେ ସେମାନଙ୍କ ଚାକିରୀ ବି ଯାଇପାରେ ।
ମୁନଲାଇଟିଂ କଣ ?
କୋଭିଡ ସମୟରେ ଅନେକ ଘରୋଇ ସଂସ୍ଥା କର୍ମଚାରୀମାନଙ୍କୁ ଓ୍ବାର୍କ ଫ୍ରମ ହୋମ୍ କରାଇଲେ । ଘରେ ରହି କର୍ମଚାରୀମାନେ ଅଫିସ ପାଇଁ କାମ କଲେ । ମାତ୍ର ଅନେକ କର୍ମଚାରୀ ଏଭଳି ବ୍ୟବସ୍ଥାର ଫାଇଦା ଉଠାଇବାରେ ଲାଗିଲେ । ସେମାନେ ଦିନବେଳା ନିଜ ଅଫିସ ପାଇଁ କାମ କରୁଥିବା ବେଳେ ରାତିରେ ଅନ୍ୟ ସଂସ୍ଥା ପାଇଁ ମଧ୍ୟ କାମ କଲେ । ଏଭଳି କାର୍ଯ୍ୟକୁ ମୁନଲାଇଟିଂ କୁହାଯାଉଛି । ବିଶେଷ କରି ଆଇଟି ସେକ୍ଟରରେ କର୍ମଚାରୀମାନେ ମୁନଲାଇଟିଂ କରି ମାଲେମାଲ ହୋଇଥିବାର ଜଣାପଡିବା ପରେ କପାନୀ କର୍ତ୍ତୃପକ୍ଷ ଏଭଳି କର୍ମଚାରୀଙ୍କୁ ଖୋଜିବା ଆରମ୍ଭ କରିଦେଇଛନ୍ତି । ଉଇପ୍ରୋ କଂପାନୀ 300 କର୍ମଚାରୀଙ୍କୁ ବିଦା କରିଥିବା ବେଳେ ଇନଫୋସିସ ମଧ୍ୟ ନିଜ କର୍ମଚାରୀଙ୍କୁ ଚେତାବନୀ ଦେଇଛି । ମୁନଲାଇଟିଂରେ ସଂପୃକ୍ତ ଥିବା କର୍ମଚାରୀଙ୍କୁ କଂପାନୀ କର୍ତ୍ତୃପକ୍ଷ ବିଶ୍ବାସଘାତି କାର୍ଯ୍ୟ ବୋଲି କହିଛନ୍ତି । ତେଣୁ ଏଭଳି ବିଶ୍ବାସଘାତୀ କର୍ମଚାରୀଙ୍କୁ ତୁରନ୍ତ ବାହାର କରି ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରିବା ପାଇଁ ଆଇଟି କଂପାନୀଗୁଡିକ ଉଦ୍ୟମ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here