ଓଡିଆ ପୁଅ ଚଣ୍ଡି ପ୍ରସାଦ ହେବେ ଭାରତୀୟ ସେନା ଉପମୁଖ୍ୟ । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ବଡ ଦାୟିତ୍ୱ । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କ ସ୍ଥାନ ନେବେ ଚଣ୍ଡିପ୍ରସାଦ । ଜାନୁଆରୀ ୩୧ରେ ଏସକେ ସାଇନି ଅବସର ଗ୍ରହଣ କରିବା ପରେ ଦାୟିତ୍ବ ନେବେ ଚଣ୍ଡୀପ୍ରସାଦ । ଏବେ ସଦର୍ଣ୍ଣ କମାଣ୍ଡର ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି । ଏଲଜି ଚଣ୍ଡିପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁରର ଜୟବଡ । ଶ୍ରୀ ମହାନ୍ତି 1982ରେ ରାଜପୁତ୍ ରେଜିମେଣ୍ଟରେ ସେକଣ୍ଡ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇଥିଲେ । ସେନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ମହାନ୍ତିଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ବିଶିଷ୍ଟ ସେବା ମେଡାଲ, ସ୍ପେସାଲ ସର୍ଭିସ ମେଡାଲ, ଅପରେସନ ପରାକ୍ରମ ମେଡାଲ ଭଳି ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here