ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୃତ୍ୟୁ ପରେ ପୋଲିସକୁ ଘାରିଛି ମୃତଦେହ ହସ୍ତାନ୍ତର ଚିନ୍ତା । ବଲାଙ୍ଗୀରରେ ଗୋବିନ୍ଦଙ୍କ ପୋଷ୍ଟମର୍ଟମ ପରେ କେହି ମୃତଦେହ ଗ୍ରହଣ କରୁନାହାଁନ୍ତି । ମୃତଦେହକୁ ମହାଲିଙ୍ଗ ନେବାକୁ ଉପସ୍ଥିତ ଥିବା ଗୋବିନ୍ଦଙ୍କ ସମ୍ପର୍କୀୟ ଦାବି କରୁଛନ୍ତି । ସଂପର୍କୀୟ ଲୋକେ ମୃତଦେହକୁ ନେବେ ନାହିଁ ବୋଲି ମନା କରିଛନ୍ତି । କହିଛନ୍ତି, ଗୋବିନ୍ଦ ସାହୁଙ୍କ ମରଶରୀରକୁ ପୋଲିସ ମହାଲିଙ୍ଗକୁ ନେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରୁ । ବଲାଙ୍ଗିର ମେଡିକାଲ କଲେଜରୁ ସେମାନେ ମୃତଦେହ ନେବେ ନାହିଁ । ତେଣୁ ପୁଲିସ ଏବେ ଦ୍ୱନ୍ଦରେ ରହିଛି । ଆଜି ସକାଳେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋବିନ୍ଦ ସାହୁଙ୍କ ଶବ ବ୍ୟବଚ୍ଛେଦ ହୋଇଛି । ପୋଷ୍ଟମର୍ଟମର ଭିଡ଼ିଓଗ୍ରାଫି ମଧ୍ୟ କରାଯାଇଛି । ଗୋବିନ୍ଦଙ୍କ ପରିବାର ଲୋକେ ଆତ୍ମହତ୍ରାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହି ପରିସ୍ଥିତିରେ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।