କେମିତି ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ଗତକାଲି ମଙ୍ଗନ ନୀତି ହୋଇପାରିନଥିବାରୁ ଆଜି ଦେବ ଦମ୍ପତ୍ତିଙ୍କ ବିବାହ କେମିତିି ହେବ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି । ବ୍ରାହ୍ମଣ , ପୂଜାପଣ୍ଡା ନିଯୋଗଙ୍କ ଜିଦ୍ ଯୋଗୁଁ ସମ୍ପନ୍ନ ହୋଇପାରିନି ଏହି ଗୁରୁତ୍ୱପୂର୍ଣ୍ଣ ନୀତି । ସମାଧାନ ପାଇଁ ଆଜି ଦୁଇ ନିଯୋଗଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା କରିବେ । ଯଦି ବୈଠକରେ କୌଣସି ସମାଧାନ ନବାହାରିଲା ତେବେ ବାବା ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ବନ୍ଦ ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here