ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ପଙ୍କପାଳ ଗାଁର ଦୁଷ୍ମନ୍ତ ଦାସ । ବୁଧବାର ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ । ସେହି ରାତିରେ ହିଁ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କଟକ ବଡ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ଗତକାଲି ବିଧାନସଭା ଆଗରେ ଆତ୍ମାହତ୍ୟା ଉଦ୍ୟମ କରିଥିଲେ ଦୁଷ୍ମନ୍ତ ଦାସ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଗ୍ରହଣ ହେଉନଥିବା ଏବଂ ଏସସିବିରେ ଚିକିତ୍ସା ନମିଳୁଥିବା ଅଭିଯୋଗ କରି ଗତକାଲି ବିଧାନସଭା ଆଗରେ ସେ ହାତ କାଟିବା ସହିତ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୂଚନା ଅନୁସାରେ, ଗତବର୍ଷ ମାର୍ଚ୍ଚ ମାସରେ ସଡକ ଦୁର୍ଘଟଣାରେ ତାଙ୍କର ବାମ ଗୋଡରେ ଗଭୀର ଆଘାତ ଲାଗିଥିଲା । କଟକ ବଡ ମେଡିକାଲରେ ଦୁଇ ଦୁଇ ଥର ଅପରେସନ ପରେ କରୋନା ସଙ୍କ୍ରମଣ ଆଳରେ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇଦେଲେ । ତେବେ ପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣିଥରେ ଏସସିବିକୁ ଯାଇଥିଲେ । କିନ୍ତୁ ତାଙ୍କର ଆଡମିଶନ ହୋଇପାରିଲା ନାହିଁ । ସରକାରଙ୍କ ଠାରୁ ଆରମ୍ଭ କରି ମେଡିକାଲ ଦୌଡି ଦୌଡି ନିରାଶ ହେବା ପରେ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ବି ଏଯାଏଁ କୌଣସି ସହାୟ୍‌ତା ମିଳିନଥିବା ସେ ଅଭିଯୋଗ କରିଥିଲେ । ଏବଂ ଗତକାଲି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ।
ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଚେଇଁଲା ପ୍ରଶାସନ । ପରିବାରକୁ ଲକ୍ଷେ ଟଙ୍କାର ଚେକ୍ ଦେଇଛନ୍ତି କୁଜଙ୍ଗ ବିଡିଓ । ସ୍ତ୍ରୀକୁ ଯୋଗ୍ୟତା ଅନୁସାରେ ଚାକିରୀ ନେଇ ମୌଖିକ ପ୍ରତିଶ୍ରୁତି ଦେଇଛନ୍ତି କୁଜଙ୍ଗ ବିଡିଓ ।
ସେହିପରି ଆଜି ଶେଷଦିନ ଆରମ୍ଭରୁ ମଧ୍ୟ ବିଧାନସଭାରେ ହଟ୍ଟଗୋଳ, ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ, ବିଜେପି ବିଧାୟକ ହୋ ହଲ୍ଲା କରିଥିଲେ । ଦୁଷ୍ମନ୍ତଙ୍କ ମୃତ୍ୟୁ ଖବର ଉଠାଇ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ।

LEAVE A REPLY

Please enter your comment!
Please enter your name here