ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ୪ ଶହ ସେବାୟତ ପରିବାରକୁ ଘର ମିଳିବ । ୮ ଏକର ଜମିର ବ୍ୟବସ୍ଥା, ପରିବାର ପିଛା ୬ ଶହ ବର୍ଗଫୁଟ ମିଳିବ । ଏଥିପାଇଁ ସେବାୟତଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରାଯିବ । ଆବେଦନ ପତ୍ର ବିଚାରକୁ ନିଆଯାଇ ଘର ପାଇଁ ପ୍ଲଟ ଦିଆଯିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ । ସେବାୟତମାନେ ନିଜ ଅର୍ଥ ଲଗାଇ ଘର ବଢାଇପାରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଏହି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here