ଓଡିଶାରେ ଆଉ ୧ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ଷ୍ଟିଲ ଓ ସୋଲାର କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ । ମେକ୍ ଇନ୍ ଓଡିଶା କନକ୍ଲେଭରେ ଜେଏସଡବ୍ଲ୍ୟୁ ଅଧକ୍ଷ୍ୟ ସଜ୍ଜନ ଜିନ୍ଦଲ ଏହି ଘୋଷଣା କରିଛନ୍ତି । ୨୦୧୮ରେ ୬୦ ହଜାର କୋଟିର ପୁଞ୍ଜି ନିବେଶ ଘୋଷଣା କରିଥିଲା କମ୍ପାନୀ । ସେଥିରୁ ୩୦ ହଜାର କୋଟିର ପୁଞ୍ଜି ନିବେଶ କରିସାରିଥିବା କହିଛନ୍ତି ସଜ୍ଜନ ଜିନ୍ଦଲ ।
ସେହିପରି ୬୦ ହଜାର କୋଟିର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ଆଗାମୀ ୧୦ ବର୍ଷରେ ହେବ ୬୦ ହଜାର କୋଟିର ପୁଞ୍ଜି ନିବେଶ । ମେକ୍ ଇନ୍ ଓଡିଶା କନକ୍ଲେଭରେ ସିଇଓ କରନ ଆଦାନୀ ଏହି ଘୋଷଣା କରିଛନ୍ତି । ପ୍ରତିଷ୍ଠା ହେବ ୪ ମିଲିୟନ ଟନ୍ କ୍ଷମତାର ଆଲୁମିନା ରିଫାଇନାରୀ । ଏଥିସହ ୩୦ ମିଲିୟନ ଟନର ଲୁହାପଥର ପ୍ରକଳ୍ପ ବି ସ୍ଥାପନ ହେବ ।
ମେକ୍ ଇନ୍ ଓଡିଶା କନକ୍ଲେଭରେ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ । ଓଡିଶାରେ ପୁଞ୍ଜିନିବେଶ କରିବାକୁ ଆହ୍ୱାନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ନୂଆ ଶିଳ୍ପନୀତି ଘୋଷଣା କରାଯାଇଛି । ଆମ ଶିଳ୍ପନୀତି ସାରା ଦେଶରେ ଶ୍ରେଷ୍ଠ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here