ଦୁଲୁକୁଛି ସମ୍ବଲପୁର । ଆଜି ଶୀତଳଷଷ୍ଠୀରେ ହେବ ଦେବ ଦମ୍ପତ୍ତିଙ୍କ ବିବାହ । ସମ୍ବଲପୁରର ପ୍ରସିଦ୍ଧ ମା ସମଲାଇ ପୀଠରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗତକାଲି ଠାରୁ ସମସ୍ତ ଦେବାଦେବୀଙ୍କୁ ବିବାହୋତ୍ସବ ପାଇଁ ଗୁଆ ନିମନ୍ତ୍ରଣ ଦିଆଯାଇଛି । ଆଜି ସମସ୍ତ ଦେବାଦେବୀ ବିବାହୋତ୍ସବରେ ଯୋଗଦେବା ପାଇଁ ଶୋଭାଯାତ୍ରାରେ ଆସି ପହଞ୍ଚିବା ପରେ ବିବାହୋତ୍ସବ ଆରମ୍ଭ ହେବ । ବିଭିନ୍ନ ଶିବମନ୍ଦିରରେ ଦେବ ଦେବ ମହାଦେବ ବରବେଶରେ ସୁସଜ୍ଜିତ ଶୋଭାଯାତ୍ରାରେ ବାହାରି କନ୍ୟା ଘରେ ପହଞ୍ଚିବେ । ଦେଦମ୍ପତ୍ତିଙ୍କ ବିବାହୋତ୍ସବକୁ ନେଇ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଛି ।

LEAVE A REPLY

Please enter your comment!
Please enter your name here