ଟ୍ୱିନ୍‌ସିଟିରେ ଲାଗିଲା ୧୪୪ ଧାରା । ରାତି ୯ଟାରୁ ସକାଳ ୫ଟା ଯାଏ ୧୪୪ ଧାରା ଜାରି ରହିବ । ମୁତୟନ ହେବେ ବ୍ୟାପକ ପୋଲିସ । ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଯିବା ଆସିବା ପାଇଁ ମନା । ଆଜି ରାତିରୁ କଟକ, ଭୁବନେଶ୍ୱରରେ ଲାଗୁ ହେଉଛି ନାଇଟ୍ କର୍ଫ୍ୟୁ । ଯେଉଁମାନେ ନିୟମକୁ ବେଖାତିର କରିବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି । ଯେହେତୁ ସଙ୍କ୍ରମଣ ବଢୁଛି ତେଣୁ ଏହାକୁ ନଜରରେ ରଖି ନାଇଟ୍ କର୍ଫ୍ୟୁ ଆଜିଠୁ ଲାଗୁ ହେଉଛି । ମେଡିକାଲ, ମିଡିଆ, ପେଟ୍ରୋଲ ପମ୍ପ କର୍ମଚାରୀ ସେମାନଙ୍କ ଅଫିସର ପରିଚୟ ପତ୍ର ଦେଖାଇ ଯାଇପାରିବେ । ଏବଂ ମେଡିକାଲ ଏମରଜେନ୍ସିରେ ଯାଉଥିଲେ ମେଡିକାଲ ସାର୍ଟିଫିକେଟ ସାଙ୍ଗରେ ନେଇକି ଯିବେ ।

LEAVE A REPLY

Please enter your comment!
Please enter your name here