ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ ମୋ ବସ୍’ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁପଟ୍ଟନାୟକ ବିମାନବନ୍ଦର ଠାରେ ‘ ମୋ ବସ୍‌’ସେବାର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯାଇଛି । ହକି ବିଶ୍ୱକପ ପୂର୍ବରୁ ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ରାଜ୍ୟ ସରକାର ମୋ ବସ ଯୋଜନା ହାତକୁ ନେଇଛନ୍ତି । ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବସ ଚଢ଼ି ସଚିବାଳୟକୁ ଆସିଛନ୍ତି । ନୂତନ ବୈଷୟିକ ଗ୍ୟାନକୌଶଳରେ ନିର୍ମିତ ହୋଇଥିବା ଏହି ବସଗୁଡିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର , ପୁରୀକୁ ସେବା ଯୋଗାଇ ଦେବ । ମୋଟ୍ ୨୦୦ ଟି ବସକୁ ସାମିଲ କରାଯିବ । ପ୍ରଥମ ପର୍ଯ୍ୟାୟରେ ୮ଟି ରୁଟରେ ୧୦୦ଟି ବସ ଚଳାଚଳ କରିବ । ପ୍ରତି ୧୦ ମିନିଟରେ ଏହି ବସ ଯାତ୍ରା କରିବ । ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ବସ ଚଳାଚଳ କରିବ । ବସରେ ରହିଛି ସିସି କ୍ୟାମେରା, ଅଟୋମେଟିକ ସେନସର ବ୍ୟବସ୍ଥା । ଏହି ବସରେ ଯାତ୍ରା ପାଇଁ ଘରେ ବସି ଯାତ୍ରୀମାନେ ଇ ଟିକେଟ୍‌ ବ୍ୟବସ୍ଥା କରି ପାରିବେ।

LEAVE A REPLY

Please enter your comment!
Please enter your name here