ପ୍ଲାଜମା ଥେରାପି ବେଆଇନ । ଏହା କେବଳ ଗବେଷଣା ପ୍ରକ୍ରିୟା ଭିତରେ ରହିଛି ଏବଂ ଏହାକୁ ନେଇ ପରୀକ୍ଷାନିରୀକ୍ଷା ଚାଲିଛି । ଏହାର ଭୁଲ୍ ପ୍ରୟୋଗ ଦ୍ବାରା ରୋଗୀର ଜୀବନ ସଂକଟାପନ୍ନ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ ଲବ୍ ଅଗ୍ରଓାଲ୍ କହିଛନ୍ତି, ପ୍ଲାଜମା ଥେରାପି ଦ୍ବାରା କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରାଯିବା ଠିକ୍ ନୁହେଁ । ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ରୋଗୀଙ୍କର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ପଦ୍ଧତି ବାହାରିନାହିଁ । ତେଣୁ ପ୍ଲାଜମା ଥେରାପିରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନ କରିବାକୁ ପରାମର୍ଶ ଦିଆଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ରାଷ୍ଟ୍ରରେ ଗବେଷଣା ଚାଲିଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ ସମେତ ବିଭିନ୍ନ ଦେଶରେ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଉଥିବା ଖବର ପ୍ରକାଶ ପାଇଥିଲା । ଭାରତରେ ମଧ୍ୟ ଏହି ପଦ୍ଧତିକୁ ଦିଲ୍ଲୀରେ ୪ ଜଣ ରୋଗୀଙ୍କ ଉପରେ ପ୍ରୟୋଗ କରି ଭଲ କର।ଯାଇଛି । କରୋନା ଆକ୍ରାନ୍ତଙ୍କ ଉପରେ ଏହି ଥେରାପିର ଭଲ ପ୍ରଭାବ ପଡୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେବା ସହ କରୋନାରୁ ସୁସ୍ଥ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here