ବହୁ ଚର୍ଚ୍ଚିତ ପିପିଲି ଗଣ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ପ୍ରମାଣ ଅଭାବରୁ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରାଯାଇଛି । ଦୁଇ ଅଭିଯୁକ୍ତ ତଥା ଦୁଇ ଭାଇ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ଅଦାଲତ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ମାମଲାର ଶୁଣାଣୀ କରି ରାୟ ଶୁଣାଇଛନ୍ତି ।

୨୯ ନଭେମ୍ବର ୨୦୧୧ରେ ପିପିଲି ଥାନା ଅର୍ନ୍ତଗତ ଅର୍ଜୁନଗୋଦା ଗାଁର ଦଳିତ ଝିଅ ବେବିନା ବେହେରାଙ୍କ ସହିତ ଅତି ଅମାନୁଷିକଭାବେ ଗଣଦୁଷ୍କର୍ମ ହୋଇଥିଲା । ସେହି ସମୟରେ ଏହି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।
୨୯ ନଭେମ୍ବର ୨୦୧୧ରେ ଏହି ଘଟଣା ଘଟିଥିଲେ ମଧ୍ୟ ମାମଲା ରୁଜୁ ହୋଇ ନ ଥିଲା । ଏଥିରେ ରାଜନେତାଙ୍କର ହାତ ଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ମାନବାଧିକାର କମିଶନର ହସ୍ତକ୍ଷେପ ପରେ ଘଟଣା ଘଟିବାର ଦେଢ଼ ମାସ ପରେ ପୋଲିସ ମାମଲା ରୁଜୁ କରିଥିଲା । ବିଭିନ୍ନ ଆଡ଼ୁ ସମାଲୋଚନାର ଶୀକାର ହେବା ପରେ ଏହି ମାମଲାକୁ ୨୦୧୨ ଜାନୁୟାରୀ ୯ରେ ଜଷ୍ଟିସ୍‌ ପି କେ ମହାନ୍ତି କମିଶନକୁ ଦିଆଯାଇଥିଲା । ଏହା ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନକୁ ଜାନୁୟାରୀ ୧୫ ତାରିଖରେ ଜଟଣୀ ଅଂଚଳରୁ ଗିରଫ କରାଯାଥିଲା । ଏହା ପରେ ଆଉ ୪ ଅଭିଯୁକ୍ତ ଗୁନା ସ୍ୱାଇଁ, ପ୍ରେମାନନ୍ଦ ନାଏକ, ସୁକାନ୍ତ ପ୍ରଧାନଙ୍କୁ ଯଥାକ୍ରମେ ଗିରଫ କରାଯାଇଥିଲା । କିନ୍ତୁ ବେବିନା ଦୀର୍ଘ ୬ ମାସ କୋମାରେ ରହି ଜୀବନ ସହ ସଂଗ୍ରାମ କରିବା ପରେ ୨୦୧୨ ଜୁନ ୨୧ ରେ କଟକ ବଡ଼ ମେଡିକାଲରେ ଆଖି ବୁଜିଥିଲେ। ୨୦୧୬ ମାର୍ଚ୍ଚ ୩୦ ତାରିଖ ଦିନ ସମ୍ପୃକ୍ତ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍ ପି.କେ. ମହାନ୍ତି କମିଶନ ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ।

LEAVE A REPLY

Please enter your comment!
Please enter your name here