‘ପୁରା ଜଳିଗଲା ପରେ ଆପଣ ଏଠୁ ଗଲେ ?’ କେତେ ଭଦ୍ର ଆମ ପୋଲିସ
ଭବାନୀପାଟଣା ମମିତା ମେହେର ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଧରି ଆଜି ସିନ୍ ରିକ୍ରିଏଟ୍ କରିଛି ବଲାଙ୍ଗୀର ପୋଲିସ । ଗୋବିନ୍ଦ କେମିତି ଗାଡିରେ ମମିତାକୁ ଆଣିଲା, ମମିତା ସହ କେଉଁ କେଉଁ ସ୍ଥାନକୁ ଗଲା ଏବଂ କେମିତି ମର୍ଡର କଲା ଏବଂ ମର୍ଡର କରିବା ପରେ କେମିତି ଷ୍ଟାଡିଅମ ଭିତରେ ତାକୁ ନିଆଁ ଲଗାଇ ପୋଡିଥିଲା, ଏସବୁର ସିନ୍ ରିକ୍ରିଏଟ କରାଯାଇଥିଲା । ତେବେ ସିନ୍ ରିକ୍ରିଏଟ ବେଳେ ଗୋବିନ୍ଦ ସାହୁ ଭଳି ଅପରାଧୀ ସହ ପୋଲିସ ଯେମିତି ‘ଆଜ୍ଞା … ଆପଣ’ ବ୍ୟବହାର କରୁଥିଲା, ସେଥିରୁ ମନେ ହେଉଥିଲା ଗୋବିନ୍ଦ ଅପରାଧୀ ନୁହେଁ, ଜଣେ ଭିଭିଆଇପି । ଖୁବ୍ ଭଦ୍ର ଓ ନମ୍ରତାର ସହ ତାକୁ ପ୍ରଶ୍ନ କରୁଥିଲେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ନୀତିନ କୁଶଲକର୍ ।

ପ୍ରଶ୍ନ ଉଠୁଛି, ଜଣେ ସାଧାରଣ ଅପରାଧୀ ସହ ପୋଲିସ ଏମିତି ବ୍ୟବହାର କରେ କି ? ଯଦି ନୁହେଁ, ଗୋବିନ୍ଦ ଭଳି ଅପରାଧୀ ସହ ପୋଲିସର ଏମିତି ବ୍ୟବହାର କଣ ପାଇଁ ?

LEAVE A REPLY

Please enter your comment!
Please enter your name here