ଯାଇଥିଲେ ଛୁଟି କଟାଇ, ସ୍ମୃତି ସାଉଁଟିଥାନ୍ତେ । ଅନେକ ଆଶାଏବଂ ସ୍ୱପ୍ନକୁ ନେଇ ପରିବାର ସହ ପ୍ରଶାନ୍ତ ଯାଇଥିଲେ ଜାମ୍ମୁ-କାଶ୍ମୀର । କିଏ ଜାଣିଥିଲା ଖୁସି ଯେ ଅଳ୍ପ ସମୟ ପାଇଁ ଥିଲା ଏବଂ ପାହଲଗାମ ଥିଲା ଶେଷ ବୁଲିବା ସ୍ଥାନ । ଦୀର୍ଘଦିନ ପରେ ଜମ୍ମୁ-କାଶ୍ମୀରରେ ପୁଣି ରକ୍ତମୁଖା ହୋଇଉଠିଛନ୍ତି ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପହଲଗାମକୁ କରିଛନ୍ତି ଟାର୍ଗେଟ୍ । ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀଙ୍କ ଆଖିବୁଜା ଗୁଳିମାଡରେ ୨୭ରୁ ଅଧିକ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ଓଡିଶାର ବାଲେଶ୍ୱର ରମୁଣା ଅଞ୍ଚଳର ପ୍ରଶାନ୍ତ ଶତପଥି ଆତଙ୍କୀଙ୍କ ଗୁଳିମାଡରେ ପ୍ରାଣ ହରାଇଛନ୍ତି । ଆଜି ଆସିବ ଓଡିଆ ଯୁବକ ପ୍ରଶାନ୍ତ ଶତପଥିଙ୍କ ମୃତଦେହ ।
ପ୍ରଶାନ୍ତଙ୍କ ମୃତ୍ୟୁଖବର ପାଇ ପରିବାର ଲୋକ ହତଭାଗ ହୋଇପଡିଛନ୍ତି ।