ପ୍ରଶାସନ ପକ୍ଷରୁ ଗତ ଦୁଇଦିନ ଧରି ଚାଲିଥିବା ‘ମିଶନ ଟ୍ରାଙ୍କୁଲାଇଜ’ ପୁଣି ବିଫଳ ହୋଇଛି. ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଉଦ୍ୟମ ବିଫଳ ହେବା ପରେ  ପ୍ରଶାସନର ଚିନ୍ତା ବଢିଯାଇଛି. ବାରମ୍ବାର ଟ୍ରାଙ୍କୁଲାଇଜ ପରେ ମଧ୍ୟ ଜାଲରେ ପଡୁନି ସୁନ୍ଦରୀ. ଗୋଟିଏ ପଟେ ବାରମ୍ବାର ସୁନ୍ଦରୀ ଖସିଯାଉଥିବାରୁ ସ୍ଥାନୀୟ ଲୋକେ ବି ଚିନ୍ତିତ ହୋଇପଡିଛନ୍ତି. ଗତକାଲି ସାତକୋଶିଆରେ ରାତି ଅନିଦ୍ରା ହୋଇ ଜଗି ରହିଥିବା ବନ ବିଭାଗକୁ ସୁନ୍ଦରୀ ଚକମା ଦେଇ ଖସି ପଳାଇବା ପରେ ବନ ବିଭାଗକୁ ନିରାଶ ହେବାକୁ ପଡିଛି. ସୁନ୍ଦରୀକୁ ଧରିବା ପାଇଁ ପ୍ରଲୋଭନ ପୂର୍ବକ ଏକ ଛେଳିକୁ ବନ୍ଧା ଯାଇଥିଲା. ମାତ୍ର ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଏହି ଜାଲରେ ପଡି ନଥିଲା ସୁନ୍ଦରୀ. ତେବେ ବାରମ୍ବାର ବିଫଳ ହେବା ପରେ ଓୟୁଏଟି ବିଶେଷଜ୍ଞ ଟିମ୍ ଫେରିଯାଇଥିବା ସୂଚନା ମିଳିଛି. ଏତେସବୁ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ସୁନ୍ଦରୀକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି. ଗତକାଲି ବାଘମୁଣ୍ଡା ଡେଇଁବା ପରେ ସୁନ୍ଦରୀ ଏବେ ଛାଞ୍ଚୁଣୀଆ ଜଙ୍ଗଲରେ ଥିବା ସୂଚନା ମିଳିଛି. ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ପାହାଡ଼ ଚାରିପଟେ ଅନ୍ୟ ଏକ ଟିମ୍ ସଜାଗ ରହିଛି. ତାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ 50 ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି.

LEAVE A REPLY

Please enter your comment!
Please enter your name here