ଆଜି ଏକାସାଙ୍ଗରେ ପ୍ରକାଶ ପାଇଛି ଯୁକ୍ତଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ କଳାରେ 80.95 ପ୍ରତିଶତ ପାଶ୍ ହାର ଥିବା ବେଳେ ବିଜ୍ଞାନରେ 86.93 ଓ ବାଣିଜ୍ୟରେ 82.27 ପ୍ରତିଶତ ପାଶ୍ ହାର ରହିଛି । ପ୍ରଥମଥର ପାଇଁ ଗୋଟିଏ ଦିନରେ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାପଳ ସହ ମାଟ୍ରିକ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହୋଇଛି ।
କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଫଳତା ହାର ଅଧିକ ରହିଛି । ଯୁକ୍ତଦୁଇ କଳାରେ ପୁଅଙ୍କ ପାଶହାର 72.68 ପ୍ରତିଶତ ରହିଥିବା ବେଳେ ଝିଅଙ୍କ ପାଶ୍ ହାର 87.56 ପ୍ରତିଶତ ରହିଛି । ସେହିପରି ବିଜ୍ଞାନରେ 86.21 ପ୍ରତିଶତ ପୁଅ ସଫଳତା ହାସଲ କରିଥିବା ବେଳେ 87.74 ପ୍ରତିଶତ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାଣିଜ୍ୟ ପରୀକ୍ଷାରେ ଝିଅଙ୍କ ପାଶହାର 85.55 ପ୍ରତିଶତ ରହିଥିବା ବେଳେ ପୁଅଙ୍କ ସଫଳତା ହାର 80.40 ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here